GIETU Anthem

ଜ୍ଞାନ ଅସୀମିତ, ପ୍ରଜ୍ଞା ଆଲୋକିତ ତପୋଭୂମି ଆଦର୍ଶମୟ
ଜ୍ଞାନ ସଦନ, ବିଜ୍ଞାନ ନିକେତନ ବିଶ୍ୱଜୟୀ ବିଶ୍ୱବିଦ୍ୟାଳୟ
ଜି ଆ ଇ ଟି ବିଶ୍ୱବିଦ୍ୟାଳୟ

ଜ୍ଞାନ ପ୍ରତିଷ୍ଠା ଅଖିଳ ବିଶ୍ୱରେ ଏହି ପ୍ରତିଶ୍ରୁତି ପ୍ରତିବଦ୍ଧ
ଜ୍ଞାନଚେତନା, ଆତ୍ମା ଜାଗୃତ, ଯାହାର କୋଣଅନୁକୋଣ ବିଶୁଦ୍ଧ

ଜ୍ଞାନ ସଦନ, ବିଜ୍ଞାନ ନିକେତନ ବିଶ୍ୱଜୟୀ ବିଶ୍ୱବିଦ୍ୟାଳୟ
ଜି ଆ ଇ ଟି ବିଶ୍ୱବିଦ୍ୟାଳୟ

କିରୀଟ ମସ୍ତକେ ଯାର ଶୋଭା ପୂର୍ବଘାଟ ଶିଖରୀଣି
ପୟେ ଝରିଯାଏ ବଂଶଧାରା କଳକଳ ନିର୍ଝରିଣୀ
କଳାକୁଞ୍ଜ ଏଇ ନନ୍ଦନବନ ସୁରଭି ଅମୃତମୟ

ଜ୍ଞାନ ସଦନ, ବିଜ୍ଞାନ ନିକେତନ ବିଶ୍ୱଜୟୀ ବିଶ୍ୱବିଦ୍ୟାଳୟ
ଜି ଆ ଇ ଟି ବିଶ୍ୱବିଦ୍ୟାଳୟ

କର୍ମଠ ଶରୀରେ, ନିର୍ମଳ ମନେ, ନବୀନ ଆଲୋକ ଜଗାଇ
ସୁରମ୍ୟ ପରିବେଶେ ହିତେଇସିନି ପ୍ରଙ୍ଗଣେ, ଜ୍ଞାନ ନିର୍ଝରିଣୀ ଝରାଇ

ଜ୍ଞାନ ସଦନ, ବିଜ୍ଞାନ ନିକେତନ ବିଶ୍ୱଜୟୀ ବିଶ୍ୱବିଦ୍ୟାଳୟ
ଜି ଆ ଇ ଟି ବିଶ୍ୱବିଦ୍ୟାଳୟ.

ଜ୍ଞାନ ଅସୀମିତ, ପ୍ରଜ୍ଞା ଆଲୋକିତ ତପୋଭୂମି ଆଦର୍ଶମୟ
ଜ୍ଞାନ ସଦନ, ବିଜ୍ଞାନ ନିକେତନ ବିଶ୍ୱଜୟୀ ବିଶ୍ୱବିଦ୍ୟାଳୟ
ଜି ଆ ଇ ଟି ବିଶ୍ୱବିଦ୍ୟାଳୟ


Social media & sharing icons powered by UltimatelySocial
Open chat